ପରିତ୍ୟକ୍ତ କୂଅ ହୋଇଗଲା ପରିମଳ କୂଅ

Author:ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ
Source:ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ମହିଳାମାନେ ଶ୍ରମ ଦେଲେ ଓ ଅର୍ଥ ବି ଦେଲେ। ତାଙ୍କ ଉଦ୍ୟମରେ ଗାଁ ଦାଣ୍ଡରୁ ବର୍ଷ ବର୍ଷର ନର୍ଦ୍ଦମା ହଟିଲା, ପଙ୍କପୋକ ସଫାହେଲା, ଦୁର୍ଗନ୍ଧ ପରିବେଶରେ ଥିବା କୂଅ ହେଲା ପିଇବା ଉପଯୋଗୀ।

.ନୂଆପଡ଼ା ଜିଲ୍ଲା ବେଲଟୁକୁରି ପଞ୍ଚାୟତର ଗୁଡ଼ାପତରା ଗାଁର ମହିଳାମାନେ ପରିମଳ ବାବଦରେ ସଚେଚିତ ହେବା ପରେ ଶ୍ରମଦାନ କରି ଗାଁ ମୁଣ୍ଡରେ ଜମି ରହିଥିବା ନର୍ଦ୍ଦମାକୁ ସଫାସୁତୁରା କରି ଅନେକଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି। ନର୍ଦ୍ଦମା ନିକଟରେ ଥିବା ଏକ ପରିତ୍ୟକ୍ତ କୂପକୁ ପରିଣତ କରାଇଛନ୍ତି ପରିମଳ କୂପରେ। ଏବେ ଆଉ ନର୍ଦ୍ଦମା ପାଣି ଜମା ହୋଇ ରହୁନାହିଁ। ସେହି ରାସ୍ତା ଦେଇ ଯିବାବେଳେ କେହି ଆଉ ନାକ ବନ୍ଦ କରି ଯ଼ାଉନାହାନ୍ତି। ବୁଲା ଗାଇ ଗୋରୁ ମଶାମାଛି ବୁଲା କୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଗାଇଗୋଠ ଛକର ନର୍ଦ୍ଦମା ଏବେ ବେଶ୍‍ ସଫା ସୁତୁରା ହୋଇ ପାରିଛି ଏବଂ ଏଥିପାଇଁ ମହିଳା ଦଳ ସମସ୍ତ ଶ୍ରେୟର ପାତ୍ର , ଦର୍ଶାନ୍ତି ଗାଁର ଜଣେ ବୟସ୍କ ଅଧିବାସୀ ରାମେଶ୍ୱର ସତନାମୀ।

ବେଲଟୁକୁରୀ ପଞ୍ଚାୟତ ଗୁଡ଼ାପତରା ରାଜସ୍ୱ ଗ୍ରାମର ୧୨୪ ପରିବାରରେ ରହନ୍ତି ୬୦୦ ଲୋକ। ଗାଁ ମୁଣ୍ଡ ଗାଇଗୋଠ ଛକରେ ଏକ ପରିତ୍ୟକ୍ତ ଖୋଲା କୂପରୁ ପାଣି ଝରି ଆଖପାଖର ଖଣ୍ଡେ ଜାଗା ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଥାଏ। ସେ ବାଟ ଦେଇ ଯାଇଥିବା ଲୋକେ ନାକରେ ହାତ ଦେଇ ଯାଆନ୍ତି। ମଶାଙ୍କ ଏନ୍ତୁଡ଼ିଶାଳ ହୋଇଥିବା ଏହି ଯାଗାରେ ଘଡ଼ିଏ ଠିଆହେବାକୁ କେହି ପସନ୍ଦ କରନ୍ତି ନାହିଁ। ଗାଈ ବଳଦ ପଚା ପଙ୍କ କାଦୁଅରେ ଲସର ପସର ହୋଇଥାନ୍ତି। ଦୁର୍ଗନ୍ଧ ପରିବେଶ ଯୋଗୁଁ ପାଖରେ ଥିବା ଖୋଲା କୂପଟି ମଧ୍ୟ ଅଦରକାରୀ ହୋଇପଡ଼ିଥାଏ।

ଏହିଭଳି ବିକଟ ପତିସ୍ଥିତିକୁ ସୁଧାରିବା ପାଇଁ ଗାଁଲୋକଙ୍କର ବି ଯେ ଭୂମିକା ଥାଇପାରେ ତାହା କେହି ଅନୁଭବ କରୁ ନଥିଲେ । ଆର୍‍.ସି.ଡି.ସି ତାହାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଗାଁ ମଧ୍ୟରେ ଗୁଡ଼ାପତରା ମଧ୍ୟ ଗୋଟିଏ। ପ୍ରଥମେ ଯେତେବେଳେ ଜଳ ପରିମଳ ବିଷୟରେ ଗାଁରେ ଆଲୋଚନା ହେବା ଆରମ୍ଭ ହେଲା ଜଣେ ଦି ଜଣ ଛାଡି କେହି ବି ଆଗ୍ରହୀ ନ ଥିଲେ । କ୍ରମଶଃ ମହିଳାମାନଙ୍କ ସହିତ ଅନ୍ୟ କିଛି ବ୍ୟକ୍ତି ବି ଆଲୋଚନାମାନଙ୍କରେ ଯୋଗଦେବା ଆରମ୍ଭ କଲେ । ଆଲୋଚନାମାନଙ୍କରେ ଗାଁର ଜଳ ପରିମଳ ସ୍ଥିତି ଚର୍ଚ୍ଚା ହେବା ଆରମ୍ଭ ହେଲା। ଏମିତି ଏକ ଆଲୋଚନାରେ ଅବ୍ୟବହୃତ ହୋଇ ପଡ଼ିଥିବା ସେହି କୂଅର ଚର୍ଚ୍ଚା ପଡିଲା। କୂଅ ନିକଟର ନର୍ଦ୍ଦମା କଥା ମଧ୍ୟ ଗାଁ ଲୋକ ଆଲୋଚନା କଲେ। ପ୍ରତିକାର କରିବା ପାଇଁ ପଞ୍ଚାୟତ ଓ ସରକାରୀ ବିଭାଗକୁ ଚିଠି ଲେଖିଲେ। କିନ୍ତୁ ପରିସ୍ଥିତିରେ କିଛି ପରିବରର୍ତ୍ତନ ହେଲା ନାହିଁ।

.ଏହା ପରର ଏକ ବୈଠକରେ ପଞ୍ଚାୟତ କି ସରକାରୀ ଲୋକ କିଛି ଶୁଣୁ ନଥିବା ନେଇ ଚର୍ଚ୍ଚା ହେଲା। ' ଗାଁର କିଛି ମହିଳା କହିଲେ ଏହା ଆମ ଗାଁର ସମ୍ମାନର କଥା ଓ ଆମର ଜଳ ଆବଶ୍ୟକତାର କଥା। ଆମେ ଏହାର କିଛି ପ୍ରତିକାର କରିବା,'' କହନ୍ତି ଗାଁର ଅଗ୍ରଣୀ ମହିଳା ଦେବକୀ ସତନାମୀ । ଦେବକୀ ସେଭଳି ମହିଳାଙ୍କ ମଧ୍ୟରେ ଅଗ୍ରଣୀ ଥିଲେ। ଗାଁ ବୈଠକରେ ମହିଳାମାନେ ସେହି ନର୍ଦ୍ଦମାକୁ ପୋତିବା ନିଷ୍ପତ୍ତି ନେଲେ ଓ ତୁରନ୍ତ ତହିଁରେ ଲାଗିଗଲେ। ' ଆମେ ସିଙ୍ଗପୁର ପାଖ ପଡିଆରୁ ୩ ଟ୍ରିପ୍‍ ମୋରମ ଓ ଏକ ଟ୍ରାକ୍ଟର ଭର୍ତ୍ତି ପଥର ଆଣି ନର୍ଦ୍ଦମାରେ ପୋତି ବସାଉଠା କରିବା ଭଳି ସୁନ୍ଦର ଜାଗାଟିଏ ତିଆରି କରିପାରିଲୁ '' , କହନ୍ତି ଶ୍ରୀମତୀ ସତ୍‍ନାମୀ। ''ଦେବକୀ ମାଗଣାରେ ନିଜର ଟ୍ରାକ୍ଟର ଯୋଗାଇ ଦେଇଥିଲେ ଓ ଗାଁର ଅନ୍ୟ ସମସ୍ତ ମହିଳା ଶ୍ରମଦାନ କରିବାରୁ ବର୍ଷ ବର୍ଷର ନର୍ଦ୍ଦମା ଓ ଦୁର୍ଗନ୍ଧ ଦୂର ହୋଇପାରିଲା '', ଦର୍ଶାଇଥିଲେ ୱାର୍ଡମେମ୍ୱର ମିଲନ୍‍ ବରିହା।

ନର୍ଦ୍ଦମା ପୋତା ହୋଇସାରିବା ପରେ ନଜର ପଡିଲା ଅବ୍ୟବହୃତ ଖୋଲା କୂପଟି ଉପରେ। ଏହାର ପାଣି ମିଠା ଥିଲା। ଫ୍ଲୋରାଇଡ୍‍ ପ୍ରଦୂଷଣରୁ ମୁକ୍ତ ଥିଲ। ଏହାକୁ ପୁନଃଉଦ୍ଧାର କରି ପରିମଳ କୂପ ରୂପେ ବଦଳାଗଲେ ପିଇବା ପାଣିର ସମସ୍ୟା ସମାଧାନ ହୋଇପାରିବ ବୋଲି ଗ୍ରାମସଭାରେ ଆଲୋଚନା କରାଗଲା। ଏଥିପାଇଁ ୫୦ ହଜାର ଖର୍ଚ୍ଚର ଅଟକଳ ବି ପ୍ରସ୍ତୁତ ହେଲା।

ଦୁଇ ଟ୍ରକ୍‍ ଇଟା କିଣିବା ବାବଦକୁ ୭,୦୦୦ ଟଙ୍କା, ୧ ଟ୍ରିପ୍‍ ବାଲି ବାବଦକୁ ୭୦୦ ଟଙ୍କା, ୧ କ୍ୟୁଣ୍ଟାଲ ଲୁହାଛଡ ୪,୫୦୦ ଟଙ୍କା, ମେଟାଲ ବାବଦକୁ ୧,୮୦୦ ଟଙ୍କା , ଚିପ୍ପ ୫,୫୦୦ ଟଙ୍କା ଓ ୧୫ ବସ୍ତା ସିମେଣ୍ଟ ବାବଦକୁ ୪,୬୫୦ ଟଙ୍କା ଓ ନନ୍ୟାନ୍ୟ ଖର୍ଚ୍ଚ ମିଶି ୫୦ ହଜାର ଟଙ୍କା ହେଲେ ଯାଇ ପରିମଳ କୂପଟିଏ ହୋଇପାରନ୍ତା ଏବଂ ଫ୍ଲୋରାଇଡ୍‍ ପ୍ରଦୂଷିତ ପାଣି ପିଇ ରୋଗଗ୍ରସ୍ତ ହେବାର ଆଶଙ୍କା ରହନ୍ତା ନାହିଁ ବୋଲି ଆଲୋଚନା ହୋଇଥିଲା। ' ଗ୍ରାମ୍ୟ ଜଳ ଓ ପରିମଳ କମିଟି ଜରିଆରେ ଆମେ ଆରସିଡିସିକୁ ସହାୟତା ପାଇଁ ଅନୁରୋଧ କରିବା ପରେ ୪୦ ହଜାର ଟଙ୍କା ଅନୁଦାନ ଦେବା ପାଇଁ ଆରଚିଡିସି କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଥିଲେ '' , କହନ୍ତି ଜଳ ପରିମଳ କମିଟୀର ସଦସ୍ୟ ସୁକେଶୁ ପାଣ୍ଡେ। ଅବଶିଷ୍ଟ ୧୦ ହଜାର ଟଙ୍କାର ଶ୍ରମ ଓ ସ୍ଥାନୀୟ ସାଧନ ଦେବା ପାଇଁ ଗ୍ରାମବାସୀ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଏ କାମ ଦେଖାରଖା ପାଇଁ ଗାଁରେ ଏକ କମିଟୀ ଗଢାଯାଇଥିଲା। ଆରସିଡିସି କାର୍ଯ୍ୟକାରୀ କରୁଥିବା ପ୍ରକଳ୍ପରୁ ଚାଳିଶ ହଜାର ଟଙ୍କା ଆର୍ଥିକ ସହାୟତା ଓ ଗ୍ରାମବାସୀଙ୍କ ଶ୍ରମଦାନରେ ଏବେ ଗାଁରେ ପରିମଳ କୂପର କାମ ଚାଲିଛି ଆସନ୍ତା ଖରାଦିନ ପୂର୍ବରୁ ଏହାର ନିର୍ମାଣ ଶେଷ ହେବ। ମହିଳା ଦଳଙ୍କ ସଂଗଠିତ ଉଦ୍ୟମ ପାଇଁ ବହୁ ଦିନର ଜଳ ସମସ୍ୟା ଏବେ ସମାଧାନ ହେବାକୁ ଯାଉଛି ବୋଲି କହନ୍ତି ସୁକେଶୁ।

Latest

भारत में क्यों मनाया जाता है राष्ट्रीय प्रदूषण नियंत्रण दिवस

वायु प्रदूषण कम करने के लिए बिहार बना रहा है नई कार्ययोजना

3.6 अरब लोगों पर पानी का संकट,भारत भी प्रभावित: विश्व मौसम विज्ञान संगठन

अब गंगा में प्रदूषण फैलाना पड़ेगा महंगा!

बीएमसी ने पानी कटौती की घोषणा की; प्रभावित क्षेत्रों की पूरी सूची देखें

देहरादून और हरिद्वार में पानी की सर्वाधिक आवश्यकता:नितेश कुमार झा

भारतीय को मिला संयुक्त राष्ट्र का सर्वोच्च पर्यावरण सम्मान

जल दायिनी के कंठ सूखे कैसे मिले बांधों को पानी

मुंबई की दूसरी सबसे बड़ी झील पर बीएमसी ने बनाया मास्टर प्लान

जल संरक्षण को लेकर वर्कशॉप का आयोजन